ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara

ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର । ଘୋଷା ।
ତୁମେ କରୁଣା କରିଲେ ଊଣା    ହେବି ମୁଁ ଆଉ କାହାର ?
ମୋ ଦେହ ପ୍ରାଣ ଆତ୍ମା ଜୀବନ ସବୁ ତ ପ୍ରଭୁ ତୁମର  ା ୧ ।
 
ତୁମ୍ଭ ବିହୁନେ ଏହି ଭୂବନେ       ମୋ ମନ ସଦା ଅସ୍ଥିର,

ଗଗନେ ଯେହ୍ନେ ଧୂମ ପବନେ  କେବେ ନୁହଇ ସୁସ୍ଥିର   ା ୨ ।

ତୁମ୍ଭେ ସଙ୍ଗତେ ନ ଥିଲେ       ମୋତେ ଦିଶଇ ସବୁ ଅନ୍ଧାର,
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର  ା ୩ ।

ସବୁ ଅସାର, ମିଥ୍ୟା ସଂସାର,      ନାହିଁ ବିଶ୍ରାମ ଆତ୍ମାର,
ତୁମ୍ଭ କରୁଣା କେବଳ ସିନା       ସୁଖ ଶାନ୍ତିର ନିଝର  ା ୪ ।

ହେ ପ୍ରଭୁ ଆସ, ମୋ ହୃଦେ ବସ,              କର ତହିଁ ଅଧିକାର,
ସଙ୍ଗତେ ଥାଅ, ଶାନ୍ତିରେ ନିଅ   ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।

ନିଦାନ କାଳ ହେଲେ ପ୍ରବଳ     ମନୁ ଭୟ ଦୂର କର,
ଶ୍ରୀଚରଣେ ସ୍ଥିର ଭାବରେ       ରଖହେ ଆତ୍ମା ମୋହର   ା ୬ ।

Comments

3 responses to “ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara”

  1. DEBADHAR Majhi Avatar
    DEBADHAR Majhi

    Very good job and thanks.

    1. Get Christian Lyrics Avatar

      thank you Debadhar God bless you . keep sharing and supporting

  2. Budu Khora Avatar
    Budu Khora

    Budu Khora

Leave a Reply to DEBADHAR Majhi Cancel reply

Your email address will not be published. Required fields are marked *