Tag: Number one song lyrics website

  • samarpibi jishupade jaha achi

    ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
    କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା)

    ସବୁ ମୁଁ ଦେବି ସମର୍ପି ଦେବି
    ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି … I୧I

    ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
    ଲୋଡ଼ା ନାହିଁ ପୃଥିବୀରେ ସୁଖ ଯେତେ ଜୀବନେ |୨|

    ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
    ତବ ପୁଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର… |୩|

    ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
    ରଖି ପ୍ରାଣ ପ୍ରେମେ ତୁମ ଢ଼ାଳି ଦେଇ ସର୍ବସ୍ I୪|

    ସବୁ ଦେବି ଯୀଶୁ ପାଦେ ଘେନି ପୁଣ୍ୟ ଆଲୋକ
    ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ |୫|

    ସୂଚୀମାଳାକୁ ଫେରନ୍ତୁ

  • dekho dekho kiye asuchanti

    ଦେଖ ଦେଖ କିଏ ଆସୁଛନ୍ତି ମହା ଗୌରବରେ ଆସୁଛନ୍ତି
    ଚକ୍ଷୁ ଉଠାଇ ଉଦ୍ଧିକୁ ଦେଖା
    ଆମ ଯୀଶୁ ରାଜା ଆସୁଛନ୍ତି (ଘୋଷା)

    କେଡ଼େ ସୁନ୍ଦର ଏ ସାଜସଜା
    ସରଗର ବିଭବରେ ସଜ୍ଜା
    ବାଜା ବାଜୁଛି ଦୃତ ଗାଉଛି
    ଗଉରବେ ଯୀଶୁ ଆସୁଛନ୍ତି… |୧|
    ଆଉ ନାହିଁ ତ ସେ କଣ୍ଟା ମୁକୁଟ
    ବର ବେଶରେ ଏବେ ସଜିତ
    ବଧୁ ସାଜିଛି ଗୁଣେ ଭରିଛି
    କନ୍ୟା ନେବେ ବର ଆସୁଛନ୍ତି । ୨ ||

    ସୂର୍ଯ୍ୟ ଚନ୍ଦ୍ର ନାହାନ୍ତି ଉଦ୍ଧରେ
    ମଲା ପଡ଼ିନି ଦେହ ସେଠାରେ
    ଭୟ ରହିଛି ହୃଦ କଂପୁଛି
    ନ୍ୟାୟ ଦେବେ ଯୀଶୁ ଆସୁଛନ୍ତି… |୩|

    ଏହି ପୃଥିବୀ ଲୋପ ପାଇବା
    ଏକ ନୂଆ ଦୁନିଆ ସୃଷ୍ଟି ହୋଇବ
    ସବୁ ନୂଆ ହେବ ସୃଷ୍ଟି ନୂଆ ହେବ
    ରାଜ୍ୟ କରିବେ ଯୀଶୁ ଆସୁଛନ୍ତି I୪I

    ସୂଚୀମାଳାକୁ ଫେରନ୍ତୁ

  • ame re khristiyo sayino

    ଆମେରେ ଖ୍ରୀଷ୍ଟିୟ ସଇନ ହଟିବାନି କେବେ ପଛେ
    ଆମେରେ ଉଯୋଗୀ ସଇନ ମୁକ୍ତିର ମଶାଲ ହାତେ (ଘୋଷା)

    ଆମ ସେନାପତି ତ୍ରିପୁର ବିଜୟୀ
    ତ୍ରିପୁର ବିଜୟୀ ସେ ମୃତ୍ୟୁଞ୍ଜୟୀ
    ସ୍ଵର୍ଗପୁର ତ୍ୟାଗୀ ଆସିଲେ ଓହ୍ଲାଇ ରାଜୀବରେ
    ଶାନ୍ତି ମୈତ୍ରୀ ଏ ଭବେ |୧|

    ଆମ ହାତେ ଜଳେ ଆଲୋକ ବତୀକା
    ଲଲାଟେ ଶୋଭେ ବିଜୟର ଟୀକା
    ନାଶିବୁ ଆମେ ବ୍ୟାବଳ ଶକତି
    ଉଡ଼ାଇ ବିଜୟ ପତାକା ନଭେ |୨|

    ଜାଗରେ ଜାଗରେ ସୁପ୍ତ ଜନତା
    ଜାଗରେ ଆବାଳ-ବୃଦ୍ଧ-ବନିତା
    ଜାଗି ଉଠୁ ଆଜି ଏ ନବ ଭାରତୀ
    ଜାଗି ଉଠୁ ଆଜି ନବ ଶକତେ |୩|

    ସୂଚୀମାଳାକୁ ଫେରନ୍ତୁ

  • pade pade chaluchi mu

    ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେ
    ମୁହିଁ ପଡ଼ିଗଲେ ଧୂଳି ଝାଡି ତୋଳି ନିଅ ହାତେ … (ଘୋଷା)

    ଜୀବନର ପ୍ରତି କ୍ଷଣେ ତୁମ ମୁଖ ଚାହିଁ
    ଚାଲିବି ମୁଁ ତବ ପଦ ଚିହ୍ନି ପାଦ ଦେଇ
    ଦୁର୍ବଳତା କେତେ ମୋର ଆସେ ଯେବେ ଘେରି
    ବଢ଼ାଅ ମୋ ଶକ୍ତି ତବ ବାକ୍ୟ ଦାନ କରି
    ପଥ ଚଲା ଶିଖାଅ ହେ ମୋତେ | ୧ |

    ରହିଯାଏ ପଥେ ଯେବେ ପଥ ଚାଲିବାରେ
    କ୍ଲାନ୍ତି ମୋର କ୍ଷମା କରି ନିଅ ଗୋ ସାଥିରେ
    ଯାତ୍ରା ଶେଷେ ବୁଜିବି ମୁଁ ଆଖି ତବ କୋଳେ
    ଅନନ୍ତ ବିଶ୍ରାମ ତହିଁ ଲଭିବି ଆପାରେ
    ଗାଉଥିବି ପ୍ରଶଂସା ନିରତେ |୨|

    ସୂଚୀମାଳାକୁ ଫେରନ୍ତୁ

  • mote bhala lage jishu namo

    ମୋତେ ଭଲ ଲାଗେ ଯୀଶୁ ନାମ
    ସେ ମଧୁର ନାମ ସେହି ସୁଧା ନାମ
    ଜଗତରେ ଯୀଶୁ ନାମ ସବୁଠାରୁ ଅନୁପମ (ଘୋଷା)

    ସେ ନାମରେ ଶାନ୍ତି ସେ ନାମେ ମୁକତି
    ଅତୁଳ ସେ ନାମ ଅମର ସେ ନାମ
    ସେଥିପାଇଁ ଭଲ ଲାଗେ ସବୁ ନାମଠାରୁ ଯୀଶୁ ନାମ … |୧|

    ସେହି ନାମ ଜପି ବିତୁ ଦିନ ରାତି
    ବିନା ସେହି ନାମ ବୃଥା ଏ ଜୀବନ
    ଦୀନହୀନ ପାପୀ ପାଇଁ ଯୀଶୁ ନାମେ ଅଛି ପରିତ୍ରାଣ … |୨|

    ସୂଚୀମାଳାକୁ ଫେରନ୍ତୁ

  • How great thou art

    1 O Lord my God, when I in awesome wonder
    Consider all the works Thy hand hath made
    I see the stars, I hear the rolling thunder,
    Thy power throughout the universe displayed…

    (Chorus)
    Then sings my soul, my Saviour God, to Thee
    How great Thou art, how great Thou art (2)

    2 When through the woods, and forest glades I wander
    And hear the birds, sing sweetly in the trees
    When I look down, from lofty mountain grandeur
    And hear the brook, and feel the gentle breeze

    (Chorus)

    3 And when I think that God, His Son not sparing,
    Sent Him to die, I scarce can take it in
    That on the cross, my burden gladly bearing,
    He bled and died to take away my sin

    (Chorus)

    4 When Christ shall come, with shout of acclamation
    And take me home, what joy shall fill my heart
    Then I shall bow, in humble adoration
    And there proclaim, my God, how great Thou art…

    (Chorus)

    5 When burdens press, and seem beyond endurance,
    Bowed down with grief, to Him I lift my face
    And then in love He brings me sweet assurance
    ‘My child, for thee sufficient is my grace…!’.

    (Chorus)

    6 O when I see, ungrateful man defiling
    This bounteous earth, God’s gifts so good and great
    In foolish pride, God’s holy Name reviling,
    And yet, in grace, His wrath and judgment wait

    (Chorus)

    7 When I hear, the voice of thunder and storms
    and see the blades, of thunder striking from the sky
    when the cold rain, and fresh showers whirl
    and the arc of promise, shines before my eyes

    (Chorus)

    (Author: Carl Boberg; Translated to English by: Stuart K. Hine, and others)

    Back to index

    Click below to listen to the song