Tag: Birth of Jesus

  • Bethalihimara sitala pabana

    ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେ
    କାନ୍ଦ ନାହିଁ ଆଉ ପ୍ରାଣ ଧନ ମୋର
    ଶୋଇପଡ ମୋର କୋଳେ (ଘୋଷା)

    ମିଟି ମିଟିକାରେ ଅଗଣିତ ତାରା
    ହସୁଛନ୍ତି ଆକାଶରେ
    ଜଗି ରହିଛନ୍ତି ସରଗର ଦୂତ
    ଅପଲକ ନୟନରେ
    ଘୁମେଇ ପଡ଼ିଛି ମେଷ ଛୁଆ ଟିଏ
    ଆମ ପାଖେ ନୀରବରେ
    ଆଦରି ନେଉଛି ସଙ୍ଖାଳି ମୋର
    ଶୋଇପଡ ଆନନ୍ଦରେ (୧)

    ଯଦିବା ଆସିବ ସଙ୍କଟ ଦୁଃଖ
    ସେଥିପାଇଁ ନାହିଁ ଭୟ
    ଶତୃ ହାରିବ ପାପ ମନ ପାଇଁ
    ସତ୍ୟର ହେବ ଜୟ
    ତୋହରି ଜନମେ ଗଗନ ପବନ
    ମାତି ଉଠେ ସରାଗରେ
    ଶୋଇପଡ ମୋର ନୟନର ମଣି
    ମା କୋଳେ ଆନନ୍ଦରେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • biswa tapita porana tarane

    ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି,

    ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା ।

    ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ,

    ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ,

    ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । 

     

    ଉପହାରକର ପଣ୍ଡିତ ନିକର,

    ଶିଶୁ ଯୀଶୁ ପଦେ କରି ନମସ୍କାର,

    ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ

    ମୋକ୍ଷ କରତାକୁ ପାଇଲେଣି । ୨ । 

     

    ଭବଭୟହାରୀ ତେଜି ସ୍ୱର୍ଗପୁରୀ,

    ନର ଦେହେ ଆଜି ବିଜେ ବସୁନ୍ଧରୀ,

    ନାହିଁ ପାପ ଭୟ ଗାଅ ସର୍ବେ ଜୟ

    ପାପ ଅମାନିଶି ପାହିଲାଣି । ୩ ।

    ସୂଚୀମାଳାକୁ ଫେରନ୍ତୁ

  • akase uthi nahi se dina tarati

    ଆକାଶେ ଉଠି ନାହିଁ ସେଦିନ ତାରାଟି

    ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ   । ଘୋଷା ।

     

    ଗାଇନି ସରଗ ବାହିନୀ

    ଜନମି ନାହିଁରେ ବେଥଲିହିମରେ

    ଅମରାବତୀର ଶିଶୁଟି

    ପରାଚୀ ପଣ୍ଡିତ ନରେଶ ହେରୋଦ 

    ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ    

    ଯେସନେ ଅତୀତ କାହାଣୀ       । ୧ ।

     

    ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ

    ଜଳସ୍ଥଳ ନଭ ଜଣାଏ ସ୍ୱାଗତ ଶିଶୁର ଜନମ ଜୟନ୍ତୀ

    ସଂସାର ପ୍ରବାସେ ମାତିଲୁ ଉଲ୍ଲାସେ

    ସାର ହେଲା ଏଥି କାହାଣୀ   । ୨ ।

     

    ସେଦିନର ଶିଶୁ ତେଜି ସୁରପୁର ଖୋଜୁଛି ଆଳୟେ ଆଳୟେ

    ନେବାକୁ ଜନମ ଏହି ଶୁଭ ଦିନେ ସବୁରି ଆବିଳ ହୃଦୟେ

    ସାର୍ଥକ କର ଆଜି ବଡ଼ଦିନେ     

    ଯୀଶୁ ହେ ଅନ୍ତରେ ଜନମି       । ୩ ।

    ସୂଚୀମାଳାକୁ ଫେରନ୍ତୁ

  • he raja rajana janamicha

    ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା ।

    ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ,

    ଗୁହାଳ କୁଣ୍ଡରେ ରହିଅଛ ଶୋଇ,

    ତବ ଆଲୋକ ତାରକା ସମ ମୋତେ

    ଦେଖାଇଛ ପଥ ପାପ-ନିଶିରେ 

     

    ସ୍ୱର୍ଗ ସିଂହାସନ ତିଆଗି ହେ ନାଥ,

    ମାନବ ରୂପ ଧରି ହୋଇଅଛ ଜାତ,

    ପାପୀ ପାପ-ଭାର କରିବାକୁ ଦୂର,

    ଆସିଅଛ ଆଜି ଏ ଦୀନ ବେଶରେ  । ୨ ।

     

    ତବ ଶ୍ରୀ ପୟରେ ଭେଟି ଦେବା ପାଇଁ 

    ସୁବର୍ଣ୍ଣ କୁନ୍ଦରୁ ଗନ୍ଧରସ ନାହିଁ,

    ମମ ପାପ-ତାପ-କଳୁଷ ପରାଣ 

    ଉପହାର ନିଅ ନାଥ ଦୟାରେ   । ୩ ।

    ପାତକୀ ଜୀବନେ ଦେବାକୁ ମୁକତି ଭବେ କେହି ନାହିଁ ହେ ଜୀବନ ଜ୍ୟୋତିଃ

    ପାପ ଅନ୍ଧକାର କର ମୋର ଦୂର, ଶିଶୁ ଯୀଶୁ ଆସି ମୋ’ ହୃଦ-କୁଟୀରେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aji suprabhate asa jiba bhai

    ଆଜି ସୁପ୍ରଭାତେ ଆସ ଯିବା ଭାଇ

    ନବ ପ୍ରେମେ ମିଳି ଯୀଶୁ ନାମ ଗାଇ ଘୋଷା । 

     

    ସ୍ୱଗୁଁ ଅବତରି ସୁର ପ୍ରଭୁ

    ଭବେ ଜନମିଲେ ନର ତ୍ରାଣ ପାଇଁ । ୧ ।

    ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି

    ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା 

    ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • aaso ke aaso dekhiba poraa go

    ଆସ କେ ଆସ ଦେଖିବ ପରା ଗୋ,

    ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ,

    ନାରାୟଣ ନର ଦେହେ ଦିଶେ କି ତୋରା  । ଘୋଷା । 

     

    ସୁଠାମ ସୁନ୍ଦର, ଜନ-ମନୋହର, ଅମର କୁମର,

    ପାପୀ ତାପ ହର, ସୁର ପୁର ତେଜି, ନର ଦେହ ଭଜି,

    ଜନମିଲେ ଆଜି ଯୀଶୁ ସନ୍ତାପହରା  । ୧ । 

     

    ଗଲେଣି ପଣ୍ଡିତେ ଜଗତର ହିତେ,

    ସୁରପତି ସୁତେ ପୂଜିବେ ଏକାନ୍ତେ,

    ଗନ୍ଧରସ ଚାରୁ ସୁବର୍ଣ୍ଣ କୁନ୍ଦରୁ,

    ଆଣିଛନ୍ତି ଗୁରୁପଦେ ଭେଟିବେ ପରା । ୨ । 

     

    ସରଗ ବାହିନୀ ଘେନି ଶୁଭବାଣୀ

    ଭବେ ଆସିଲେଣି, ଶୁଣରେ ସେ ଧ୍ୱନି,

    ପାପ-ତମ ନାଶି ଶିଶୁ ଯୀଶୁ-ଶଶୀ

    ପ୍ରାଣ-ନଭେ ହସି, ଉଦିଲେ ତମହରା’’ । ୩ ।

    ଆମେ “ମେଷପାଳ ଗଲେଣି ଚଞ୍ଚଳ

    ଚାଲ ଯିବା ଚାଲ ନେଇ ପ୍ରୀତି-ଫୁଲ,

    ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ,

    ପୂରାଇବା ସାଧ ଦେଖି ଦୁଃଖ ପାସୋରା । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର

    ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର !

    ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା ।

    ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ

    ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ । 

    ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ,

    ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ । 

    କହଇ ସେ ଦୂତ ନ ହୁଅ ଭୟାର୍ତ୍ତ, ଆନନ୍ଦ କର ହେ ଅତ୍ୟନ୍ତ,

    ଦେଖ ସ୍ୱର୍ଗପରୁଁ ଆମ୍ଭେ ଆଣିଅଛୁଁ ଆନନ୍ଦଦାୟକ ଖବର !! । ୩ । 

    ଯେହେତୁ ଆଜି ଦାଉଦ ନଗରରେ ତୁମ୍ଭମାନଙ୍କର କାରଣ

    କର ହେ ଦର୍ଶନ ହୋଇଅଛି ଜନ୍ମ ତ୍ରାଣକର୍ତ୍ତା ଖ୍ରୀଷ୍ଟ ପ୍ରଭୁର । ୪ ।

     ସେହି ବାଳକକୁ ବସ୍ତ୍ରରେ ଜଡ଼ିତ ହେବାର କରିବ ଦର୍ଶନ,

    ଗୁହାଳ କୁଣ୍ଡରେ ଶୋଇଛନ୍ତି ଶିଶୁ, ଏହି ଚିହ୍ନ ହେବ ଅଟଳ । ୫ । 

    ସେକ୍ଷଣି ଦୂତ ସଙ୍ଗେ ସ୍ୱର୍ଗ ବାହିନୀ ଆସି ହୋଇଲେ ଉପସ୍ଥିତ,

    ପିତା ଈଶ୍ୱରଙ୍କ ଧନ୍ୟବାଦ କରି କହିଲେ ବାକ୍ୟ ମନୋହର । ୬ । 

    ସର୍ବ-ଉପରିସ୍ଥ ଈଶ୍ୱରଙ୍କ ପ୍ରତି ହେଉ ହେ ମହିମା ଗୌରବ,

    ପୃଥିବୀରେ ଶାନ୍ତି, ମନୁଷ୍ୟମାନଙ୍କଠାରେ ଶୀଘ୍ର ହେଉ ମଙ୍ଗଳ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • uttho huo deeptimaano ondho kaaro baasi gono

    ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ,

    ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା ।

    ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ,

    ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ ।

    ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ

    ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ ।

    ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ,

    ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ

    ଆସି ଯିହୁଦା ଦେଶେଣ କଲେ ଖ୍ରୀଷ୍ଟ ଅନ୍ୱେଷଣ,

    ପଚାରିଲେ, କେଉଁଠାରେ ପାଇବା ତାଙ୍କ ଦର୍ଶନ । ୪ ।

    ପ୍ରଭୁ ନିଜ ଅଧିକାରେ ଅଇଲେ ନମ୍ର ଭାବରେ,

    ତୁଚ୍ଛ କରି ପ୍ରଜାଗଣ  କଲେ ଅନ୍ଧାର ଗ୍ରହଣ । ୫ ।

    ନ କର ତାହାଙ୍କୁ ତୁଚ୍ଛ ତାଙ୍କ ବିନା ସର୍ବ ମିଛ,

    ଆସ ତାହାଙ୍କ ଦୀପ୍ତିରେ          କରିବା ହୃଷ୍ଟେ ଗମନ । ୬ ।

    ଆସି ତାହାଙ୍କ ନିକଟ କର ସର୍ବେ ଦଣ୍ଡବତ,

    ତାଙ୍କ ମସ୍ତକେ ମୁକୁଟ ଦିଅ ରାଜା ପ୍ରଜାଗଣ । ୭ ।

    ପଣ୍ଡିତଗଣ ଯେସନ  ଦେଲେ ବହୁମୂଲ୍ୟ ଧନ,

    ତେହ୍ନେ ଆହେ ନରଗଣ         ସମର୍ପି ତାହାଙ୍କୁ ମନ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • gaao gaao he aanonde jaya gito

    ଗାଅ ଗାଅ ହେ ଆନନ୍ଦେ ଜୟଗୀତ

    ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା ।

    ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ,

    ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ,

    ଆସିଛନ୍ତି ସେହି ସୁସମାଚାର ନେଇ,

    ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ,

    ଶୟତାନର ବଳ ଗର୍ବ କରିବେ ଖର୍ବ,

    ଦୂର କରିବେ ପାପ ଉତ୍ପାତ । ୧ ।

    କି ଆନନ୍ଦ ସୁସମ୍ବାଦ ଅଟଇ ଏହି !

    ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ,

    ମୃତ୍ୟୁଚ୍ଛାୟା ସ୍ଥଳୀରେ ଅଟନ୍ତି ଯେତେ ନରେ,

    ଅବା ଯେତେକ ବସି- ଛନ୍ତି ଘୋର ଅନ୍ଧାରେ,

    ତାଙ୍କଠାରେ ଆଲୁଅ ହୋଇଅଛି ଉଦୟ;

    ଆସିଅଛନ୍ତି ମୁକ୍ତି ସହିତ । ୨ । 

     

    ଦେଖ, ଜନ୍ମିଅଛନ୍ତି ତ୍ରାଣକର୍ତ୍ତା ଖ୍ରୀଷ୍ଟ,

    ଶ୍ରାନ୍ତ ଭାରଗ୍ରସ୍ତ ହୁଅ ଅତ୍ୟନ୍ତ ହୃଷ୍ଟ,

    ହେଉ ଜୟ ସ୍ୱର୍ଗରେ  ଦୂତଗଣ ମଧ୍ୟରେ,

    ହେଉ ଶାନ୍ତି କ୍ଷିତିରେ    ମଙ୍ଗଳ ନରଠାରେ,

    ଏ ସମାଚାର ଶୁଣି    କର ହେ ଜୟଧ୍ୱନି;

    ପାପ ତାପ ହେବ ପରାଜିତ । ୩ ।

    Click the link below to listen full song and know the tune