Tag: bible insights india

  • Miliba keunthi amruta jala

    ମିଳିବ କେଉଁଠି ଅମୃତ ଜଳ
    ପାଇବି କେଉଁଠି ଆଶ୍ରୟ ସ୍ଥଳ
    କ୍ଲାନ୍ତ ମୋର ତନୁ ମନ
    ଭାରଗ୍ରସ୍ତ ଜୀବନ (ଘୋଷା)

    କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳ
    କାହିଁ ଗଲେ ସିଏ
    କ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣ
    କାହିଁ ଗଲେ ସିଏ
    ସେହି ଯୀଶୁ ମୋର ଦୃଢ ଆଶ୍ରୟ
    ପଥିକ ମୁହିଁ ଯେ ସିଏ ଜଳାଶୟ (୧)

    ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନ
    ମୁହିଁ ତାଙ୍କୁ ଖୋଜେ
    ହୃଦୟକୁ ମୋର ଚରଣେ ତାଙ୍କରି ଥୋଇଲେ ପାଇବି
    ପାପ କ୍ଷମା ମୁହିଁ
    ତାଙ୍କରି ଜୁଆଳି ବହି ମୁହିଁ କାନ୍ଧେ
    ଚାଲିବି ସେ ପଥ ମହା ଆନନ୍ଦେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the

  • Bethalihimara sitala pabana

    ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେ
    କାନ୍ଦ ନାହିଁ ଆଉ ପ୍ରାଣ ଧନ ମୋର
    ଶୋଇପଡ ମୋର କୋଳେ (ଘୋଷା)

    ମିଟି ମିଟିକାରେ ଅଗଣିତ ତାରା
    ହସୁଛନ୍ତି ଆକାଶରେ
    ଜଗି ରହିଛନ୍ତି ସରଗର ଦୂତ
    ଅପଲକ ନୟନରେ
    ଘୁମେଇ ପଡ଼ିଛି ମେଷ ଛୁଆ ଟିଏ
    ଆମ ପାଖେ ନୀରବରେ
    ଆଦରି ନେଉଛି ସଙ୍ଖାଳି ମୋର
    ଶୋଇପଡ ଆନନ୍ଦରେ (୧)

    ଯଦିବା ଆସିବ ସଙ୍କଟ ଦୁଃଖ
    ସେଥିପାଇଁ ନାହିଁ ଭୟ
    ଶତୃ ହାରିବ ପାପ ମନ ପାଇଁ
    ସତ୍ୟର ହେବ ଜୟ
    ତୋହରି ଜନମେ ଗଗନ ପବନ
    ମାତି ଉଠେ ସରାଗରେ
    ଶୋଇପଡ ମୋର ନୟନର ମଣି
    ମା କୋଳେ ଆନନ୍ଦରେ (୨)

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • E ananta asima iswara parama

    ହେ ଅନନ୍ତ ଅସିମ ଇଶ୍ଵର ପରମ
    ତୁମେ ଗୌରବ ଚିତ୍ତ ସୌରଭ
    ତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା)

    କେବେ ହସ ହୋଇ ଝରୁଥାଅ
    ପୁଣି କେବେ ଆଖି ଲୁହ
    ଛାଇ ହୋଇ ପାଖେ ପାଖେ ଥାଅ
    ଅପର ତୁମରି ପ୍ରେମ
    ପୁଣ୍ୟ ବୈଭବ କରି ଅନୁଭବ
    ତୁମେ ହିଁ ପ୍ରିୟ ନବ ଜନ୍ମ (୧)

    ତୁମେ ସଦା ହୋଇ ଜୋତିର୍ମୟ
    ପଥ ଆପେ କହିଦିଅ
    ମାଗିବା ଆଗରୁ ଦେଇଥାଅ
    ଯିଏ ନିଏ ତୁମ ନାମ
    ଚିର ଅଭିନବ ପାଇ ପରାଭବ
    ଆଶ୍ରୟ ହୋଇ ଅନୁପମ (୨)

    ସୂଚୀମାଳାକୁ ଫେରନ୍ତୁ

    click the link below to listen full song and know the tune

  • Dhanya dhanya dhanya tuma nama

    ଧନ୍ୟ ଧନ୍ୟ ଧନ୍ୟ ତୁମ ନାମ (୨ଥର)
    ଧନ୍ୟ ହେ ପିତା ଧନ୍ୟ ହେ ପୁତ୍ର ଧନ୍ୟ ପବିତ୍ର ଆତ୍ମା
    ହେ ପ୍ରଭୁ ତୁମେ ଧନ୍ୟ (ଘୋଷା)

    କରୁଛୁ ଅଳି ଆମ ଜୀବନେ
    ଆସ ହେ ଉଇଁ ଆସ
    ଶିଖାଅ ତୁମ ପଛେ ଚାଲିବାକୁ
    ଆସୁ ପଛେ ଯେତେ ତ୍ରାସ (୧)

    ତୁମ କରମେ ଲଗାଅ ଆମକୁ
    ଅପମାନ ଯାଉ ଦୂରେ
    ଗାଇ ଚାଲିଥିବୁ ତୁମରି ଜୟ
    ଶୟତାନ ଯିବ ଦୂରେ (୨)

    ବୁଝିବାକୁ ଦିଅ ଶକତି ହେ ମୋତେ
    ବାସନା ଦିଅ ଜାଳି
    କିଣିଛ ଆମକୁ ତୁମ ପ୍ରେମରେ
    କ୍ରୁଶରେ ରକ୍ତ ଢାଳି (୩)

    Click the link below to listen full song and know the tune

    https://m.youtube.com/watch?v=dYEABW9iE08
  • aji khristiyo gruhore, khristo poribare

    (ଆଜି) ଖ୍ରୀଷ୍ଟିୟ ଗୃହରେ, ଖ୍ରୀଷ୍ଟ ପରିବାରେ
    ଶୁଭୁ ଯୀଶୁଙ୍କର ଜୟଗୀତ । ଧୃବ ।


    ବିଗତ ଦିନର ଶତ ମଳିନତା
    ପାପ ପ୍ରତି ଆଶା, ହେ ପାପ ହରତା
    ହରିନେଇ ସବୁ କର ହେ ଜୀବିତ
    ତୁମରି ଜୀବନେ ଯୀଶୁ ନାଥ |୧|

    ସାନ ମେଷପଲ ଆମ ପରିବାର
    ହେ ମେଷ ପାଳକ, ରଖ କରି ସ୍ଥିର
    ଶ୍ୟାମ ତୃଣମୟ ଚରାଣି ସ୍ଥାନରେ
    ରଖି ଆମକୁ ହେ ଅବିରତ ।୨।


    ଆସଇ ବିପଦ ଯେବେ ଘନ ହୋଇ
    କଳା ମେଘ ଘୋଟି ଯାଏ ହୃଦ ଭୂଇଁ
    ଆମ ପରିବାର ରକ୍ଷା କରି ପ୍ରଭୋ
    ଜୀବନ କାଣ୍ଡାରି ଯୀଶୁ ନାଥ ।୩।

    ସୂଚୀମାଳାକୁ ଫେରନ୍ତୁ

  • sakala srustira tume karigara

    ସକଳ ସୃଷ୍ଟିର ତୁମେ କାରିଗର ହେ,
    ଝରାଅ ପ୍ରେମ ନିଝିର, ହେ ଯୀଶୁ ସୁନ୍ଦର …
    ମିନତି ଘେନ କରୁଣା ସାଗର ହେ,
    ଆସିଛୁ ତବ ଦୁଆର, ହେ ଯୀଶୁ ସୁନ୍ଦର (ଘୋଷା)


    ତୁମ ବିହୁନେ ଏହି ଧରାଧାମେ, ନାହିଁ କେହି ମୁକତିଦାତା
    ତୁମେ ହି ଆଶା ଦୀନ ଜନର, ତୁମେ ଭରସା ପାପୀ ଜନର
    ପାପ ସାଗରୁ ପାରି କର ହେ ଯୀଶୁ ସୁନ୍ଦର |୧|


    ତୁମ ପ୍ରାଙ୍ଗଣେ ଏ ଶୁଭ ଲଗନେ, ଡାକୁଛୁ ଆକୁଳ ପରାଣେ
    ଦିଅ ଦରଶନ ସ୍ବର୍ଗୀୟ ରାଜନ, ଅମାନିଶା ହୃଦେ ହୁଅ ଦୀପ୍ତିମାନ
    ଜୀବନ ସାଥିକ କର ହେ ଯୀଶୁ ସୁନ୍ଦର … | 9 |

    ସୂଚୀମାଳାକୁ ଫେରନ୍ତୁ

  • jebe raja jisu asibe

    ଯେବେ ରାଜା ଯୀଶୁ ଆସିବେ, ନୂତ ଆଉ ସାଧୁ ମେଳରେ
    ତୁରୀ ଶବଦରେ ଡାକିବେ ଯିବି ମୁଁ ଉଠି
    ପଲକରେ … (ଘୋଷା)


    ସେ ମଧ୍ୟ ଆକାଶ ସୀମାରେ ମୋତେ ଭେଟିବେ
    ସ୍ଵର୍ଗୀୟ ତେଜରେ
    ଲଭି ମୁଁ ନୂତନ ଶରୀର ହୋଇଯିବି ତାଙ୍କପରି ରେ , |୧|


    ପ୍ରଭୁଙ୍କ ବିବାହ ଭୋଜିରେ, କେତେ ସାକ୍ଷ୍ୟ ମୋର ସାଧୁ ସାଙ୍ଗରେ
    ପାଇବି ମୋର ପୁରସ୍କାର ଜୀନ ମୁକୁଟ ମୋ ଶିରେ । I9 ||


    ସେ ମହା ପୁନରୁଥାନ କାଳେ,
    କେତେ ରହିଯିବେ ଏ ପୃଥିବୀରେ
    ତୁମେ କି ହେ ବନ୍ଧୁ ନଯିବ ଥରେ ଭାବି ଦେଖା
    (ନିଜ) ମନରେ |୩|

    ସୂଚୀମାଳାକୁ ଫେରନ୍ତୁ

  • mukharita heu aama paribare ମୁଖରିତ ହେଉ ଆମ ପରିବାରେ

    ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମ
    ସେ ଯେ ତ୍ରାଣକାରୀ ସଭିଙ୍କର, ଜୀବନ ଆକର
    ବନ୍ଧା ଆମେ ତାଙ୍କ ପ୍ରେମରେ ସେ ବନ୍ଧୁ ଅତି ନିଜର
    ଦୁଃଖରେ ବା ରୋଗରେ, ମୃତ୍ୟୁ କି ଶୋକରେ ଗାଇବୁ
    ତାଙ୍କ ନାମ [୧]

    ସେବା ଆରାଧନା ପ୍ରାର୍ଥନାରେ, ଗଢ଼ିବୁ ଜୀବନ
    ପ୍ରଭୁଙ୍କ ପ୍ରେମ ଶାନ୍ତି ଆନନ୍ଦରେ, ବଢ଼ିବୁ ଦିନୁ ଦିନ
    ଜୀବନ ଶେଷରେ ମହା ଆନ୍ଦରେ, ଲଭିବୁ ଶାନ୍ତଧାମ |9|

    ସୂଚୀମାଳାକୁ ଫେରନ୍ତୁ

  • tuma pachhe chalibi jisu tuma

    ତୁମ ପଛେ ଚାଲିବି ଯୀଶୁ ତୁମ ପଛେ ଚାଲିବି
    ଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି (ଘୋଷା)


    ଯୁଆଳି ଘେନି ମୁଁ ତୁମର, ଜୀବନର ଚଲାପଥେ
    ସଦା ଲକ୍ଷ୍ୟ ରଖି ତୁମରେ ଚାଲିବି
    ଇଙ୍ଗିତେ
    ତୁମ ପାଦଚିହ୍ନ ଦେଇ ନିତି ନିତି ଆଗେଇବି
    ଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି |୧|


    ଭୟ ମୁଁ କରିବି ନାହିଁ ମୃତ୍ୟୁର ଉପତ୍ୟକାରେ
    ଚିର ସାଥୀ ହୋଇ ତୁମେ ରହିଥିଲେ ମୋ ସଙ୍ଗରେ
    ଦୁଃଖରେ ବା ସୁଖରେ ପଛକୁ ନ ଫେରିବି
    ଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି |୨|


    ଜୀବନର ଏ ଦୁର୍ଗମ ପଥେ, ଅଛି ଦୁଃଖ ନିନ୍ଦା ତାଡନା
    ଶୟତାନର ପ୍ରଲୋଭନ କେତେ ବିଷୟ ବାସନା
    ତୁମରି ଶକତି ବଳେ ବିଜୟ ମୁଁ ଲଭିବି
    ଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି |୩|


    ପଶ୍ଚାତ୍ ବିଷୟ ଭୁଲି ଲକ୍ଷ୍ୟ ରଖିବି ସଦା ଆଗରେ
    ନିରୂପିତ ସୀମା ଯାଏ ଧାଇଁବି ତୁମ ପଛରେ
    ପହଂଚି ସରଗ ସିୟୋନେ ଚିର ବିଶ୍ରାମ ଭୋଗିବି
    ଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି I୪I

    ସୂଚୀମାଳାକୁ ଫେରନ୍ତୁ

  • tume mora sathi tume mora

    ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁ
    ତୁମେ ମୋର ସାଥୀ
    (ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o||


    ତୁମେ ମୋର ପାଳକ ପ୍ରଭୁ ଭୁଲନା ମୋତେ କେବେହେଁ ପ୍ରଭୁ
    ସାଥେ ସାଥେ ରଖ ମୋତେ ସାରା ଦିବାରାତି | ୧ |


    ତୁମେ ସଙ୍ଗେ ଅଛି ପ୍ରଭୁ କରେନା ଆଉ ଭୟ
    ଆସୁ ଯେତେ କଠିନ ବାଧା ହେବ ମୋର ଜୟ
    ଆହେ ପାପୀ ପରିତ୍ରାତା, ତୁମେ ମୋର ମୁକ୍ତିଦାତା
    ତୁମକୁ ପାଇ ଦୁଃଖ ମଧ୍ୟ
    ଆନନ୍ଦେ ଯିବି ମାତି … |9|

    ସୂଚୀମାଳାକୁ ଫେରନ୍ତୁ