Tag: ଗୃହ

  • tumori ujjala pradipo jaalo

    ( ସ୍ୱର : ସୁଧାର ଭାରତ ଘୁମାବେ କତ )

    ତୁମରି ଉଜ୍ଜ୍ୱଳ ପ୍ରଦୀପ ଜ୍ୱାଳ,

    ଆମରି ଅନ୍ଧାର ଘରେ

    ସବୁ ପାପ ନିଶା ଅପସରି ଯାଉ,

    ତୁମ ଆଲୋକର ଜ୍ୟୋତିଃରେ । ଘୋଷା ।

    କୋଣେ କୋଣେ ଯେତେ ଅନ୍ଧାର ଅଛି,

    ତୁମରି ସ୍ପର୍ଶେ ଦିଅ ଗୋ ନାଶି,

    ପରଶ ମଣିର ପ୍ରଦୀପ ତୁମର, ସୁନା କରି ଦେଉ ଆମରେ        । ୧ ।

    ଦୂରେଇ ଯାଉ ହେ ଅପ୍ରୀତି ନିଶା,

    ଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସା,

    ଘରେ ଘରେ ଆମ ପ୍ରିୟ ଯୀଶୁ ନାମ,

    ଶୁଭ ଶଙ୍ଖ ବାଜୁ ମଧୁରେ         । ୨ ।

    କ୍ଷୀଣ ଦୀପ ଆମ ନାହିଁ ଶକତି,

    ଧୁକୁ ଧୁକୁ ଜ୍ୱଳି ଲିଭଇ ବତୀ,

    ପରମ ଜ୍ୟୋତିରେ ଆମ ପରିବାର ଆଲୋକିତ କର ସତ୍ୱରେ    । ୩ ।

  • (aaji) khristiya gruhare (ଆଜି) ଖ୍ରୀଷ୍ଟୀୟ ଗୃହରେ,

    (ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ)

    (ଆଜି) ଖ୍ରୀଷ୍ଟୀୟ ଗୃହରେ,

    ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ । 

    ବିଗତ ଦିନର ଶତ ମଳିନତା

    ପାପ ପ୍ରତି ଆଶା,      ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ

    ତୁମରି ଜୀବନେ ଯୀଶୁ ନାଥ । ୧ ।

    ସାନ ମେଷପଲ ଆମ ପରିବାର, ହେ ମେଷପାଳକ,

    ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ

    ରଖ ଆମକୁ ହେ ଅବିରତ । ୨ ।

    ଆସଇ ବିପଦ        ଯେବେ ଘନ ହୋଇ

    କଳା ମେଘ ଘୋଟି   ଯାଏ ହୃଦ ଭୂଇଁ

    ଆମ ପରିବାର ରକ୍ଷା କର ପ୍ରଭୋ, ଜୀବନକାଣ୍ଡାରି ଯୀଶୁ ନାଥ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ey groohe aasho he prabhu posi aaso

    (ସ୍ୱର : ଦୁଆରେ ଉଭା ନ ହୋଇ)

    ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ,

    ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।

     

     ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି,

    କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ ।

    ଯଦି ଅସାର ଏ ଧରା କରିଥାଏ ପଥହରା,

    ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ ।

    ଏହି ବିଶ୍ୱ ଖେଳ ଶେଷେ ନିଅ ପ୍ରଭୁ ତବ ଦେଶେ,

    ଏହି ପରିବାର ସଦା ରହୁ ତବ ପାଶରେ । ୩ ।

  • aahe jishu aaso amo dino kutere hai

    ( ସ୍ୱର : ଆସ ପ୍ରଭୁ ଆସ ଆଜି )

    ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ

    ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ ।

    ଆମର ଘରର ପାପ ତମ ନାଶ

    ତୁମ ଆଲୋକରେ ହେ,

    ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି

    ଆମ ହୃଦେ ଭରି ଦିଅ ହେ । ୧ ।

    ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ ହେ

    ଆମ ପ୍ରତି ପ୍ରାଣେ ଉଠୁ କ୍ଷଣେ କ୍ଷଣେ ତୁମ କାମ ଲାଗି ହେ

  • aahe premomoyo ishwara tanaya

    ( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ )

    ଆହେ ପ୍ରେମମୟ ଈଶ୍ୱର ତନୟ,

    ଆମ ପରିବାରେ ଆସ ହେ,

    ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ ।

    ତୁମ ଲାଗି ପ୍ରଭୁ ଆମରି ଏ ଘରେ

    ଧ ର୍ମବତୀ ଉଠୁ ଜ୍ୱଳି ହେ,

    ନିତି ଆରାଧନା ସେବା ଉପାସନା-

    ଧୂପେ ଏହି ଗୃହ ପୁରୁ ହେ       । ୧ ।

    ଏ ଘର ସନ୍ତାନ ସନ୍ତତି ନିକର ତୁମ ନାମ ଲାଗି ପ୍ରଭୁ ହେ,

    କରି ପ୍ରାଣ ପଣ ହୋଇ ଆଗୁଆନ ପ୍ରଚାରନ୍ତୁ ତୁମ ନାମ ହେ      । ୨ ।

    ସୂଚୀମାଳାକୁ ଫେରନ୍ତୁ