Blog

  • bethalihimara sitala pabana ବେଥଲିହିମର ଶୀତଳ ପବନ

    ବେଥଲିହିମର ଶୀତଳ ପବନ
    ବହି ଆସେ ଧୀରେ ଧୀରେ
    କାନ୍ଧନାହିଁ ଆଉ ପ୍ରାଣଧନ ମୋର
    ଶୋଇପଡ ମୋର କୋଳେ … |୦|

    ମୀଠି ମୀଠି କରି ଅଗଣିତ ତାରା
    ହଂସୁଛନ୍ତି ଆକାଶରେ
    ଜଗି ରହିଛନ୍ତି ସରଗର ଦୂତ
    ଅପଲୋକ ନୟନରେ
    ଘୁମେଇ ପଡିଛି ମେଷ ଛୁଆଟିଏ
    ଆମପାଖେ ନୀରବରେ
    ଆଦରି ନେଉଛି ସଙ୍ଖାଳି ମୋର
    ଶୋଇପଡ ଆନନ୍ଦରେ … |୧|

    ଯଦିବା ଆସିବ ସଙ୍କଟ ଦୁଃଖ
    ସେଥିପାଇଁ ନାହିଁ ଭୟ
    ଶତ୍ରୁହାରିବ ପାପ ମନପାଇଁ
    ସତ୍ୟର ହେବ ଜୟ
    ତୋହରି ଜନମେ ଗଗନ ପବନ
    ମାତି ଉଠେ ସରଗରେ
    ଶୋଇପଡ ମୋର ନୟନ ମଣି
    ମାଆ କୋଳେ ଆନନ୍ଦରେ … |୨|

    ସୂଚୀମାଳାକୁ ଫେରନ୍ତୁ

  • he saraga chanda jishu ହେ ସରଗ ଚାନ୍ଦ ଯୀଶୁ

    he saraga chanda jishu ହେ ସରଗ ଚାନ୍ଦ ଯୀଶୁ

    ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁ
    ଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା)

    ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି ପିୟୁଷ
    ତୁମରି ବିହୁନେ ସକଳେ ଅସୁନ୍ଦର ଦିଶଇ ଆସ୍ୟ
    ଆସି ବସ ପ୍ରତି ବିଶ୍ଵର
    ତବ କରୁଣା ରୂପ ହସୁ … ଅନାଇ .. |୧|

    ପୁଅ ଝିଅ ବିଭିନ୍ନ ସ୍ଥାନରୁ ଆସି ଅଛନ୍ତି ଆହେ ଶିକ୍ଷା ଗୁରୁ
    ଭାଷଣ ଶୁଣାଇ ମନରୁ ଦୂରକର ସନ୍ଧେହ – ଭୀରୁ
    କରି ଜ୍ଞାନଯୁକ୍ତ କରନ୍ତୁ ମୁକ୍ତ
    ସକଳ ପାପ ତ୍ରାଷୁ …. ଅନାଇ … |୨|

    ଜାଇ ଧ୍ୟାୟି କରୁଛୁ ଗୁହାର, ଦେଇ କି – ଧନ ପ୍ରୀତି ଉପହାର
    ତୋଷିବ ଜୀବନ ଅଯୋଗ୍ୟ ଦୀନହୀନ ବାନ୍ଧବ ତୋର
    ଦେଇ ପ୍ରେମରୁଣ କରିବ ଧନ୍ୟ
    ମଧ୍ୟସ୍ଥ ହେବେ ଯୀଶୁ … ଅନାଇ … |୩|

    ଦାୟାଗୁଣେ ନ ହେଜି ଅଭାବ ଦାଇତ୍ୱ ନେଇ ପୁତ ମନଭାବ
    ଦେଖାଇ ପୁରାଣ କରିବ ଶାୟତାନ ଲଜ୍ଜିତ ହେବ
    ପ୍ରେମଛଳେ ହେଇ ବନ୍ଧନ
    ପ୍ରତି ମନରେ ମନ ମିଶୁ … ଅନାଇ … |୪|

    ସୂଚୀମାଳାକୁ ଫେରନ୍ତୁ

    ଗୀତ ରଚନା : ଭିକାରି ବୀର ଓ ଦଣ୍ଡାସି ପାଇକ
    ଗାୟକ ବୃନ୍ଦ : ଆଶାପୂର୍ଣ୍ଣ ବୀର ଓ ଯୀହୋଶିୟ ପାଳ

    ଗଂଜାମ (ଗଜପତି) ମାଳ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ
    ଅଷ୍ଟ-ଚତ୍ୱାରିଂଶ ବାର୍ଷିକ ଅଧିବେଶନ
    ସ୍ଥାନ : ଛେଳିଗଡ଼ ମଣ୍ଡଳୀ

    ତାରିଖ : ୧୯୭୦ ମାର୍ଚ୍ଚ ୧୫ ଠାରୁ ୧୮ ପର୍ଯ୍ୟନ୍ତ

  • tume saha hua he prabhu moro

    ତୁମେ ସାହା ହୁଅ ହେ ପ୍ରଭୁ ମୋର
    ତୁମ ବିହୁନେ କେ ଅଛି ମୋର … (ଘୋଷା)

    ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝର
    ତୁମଠାରେ ଅଛି ମୋର ଦୃଢ଼ ନିର୍ଭର
    ତୁମେ ନ ଥିଲେ ସାଥିରେ ମୋର
    ଚଉଦିଗ ମୋ ଅନ୍ଧାର,
    ତୁମ ବିହୁନେ କେ ଅଛି ମୋର … |୧|

    ତୁମେ ପଥ ତୁମେ ସତ୍ୟ ପ୍ରେମ ଆଧାର
    ତୁମ ଜ୍ୟୋତି ଲଭୁ ମୋର ହୃଦ ମନ୍ଦିର
    ତୁମେ ମୋହର ଜୀବନ ସ୍ବର
    ତୁମେ ପରା ବନ୍ଧୁ ମୋର
    ତୁମ ବିହୁନେ କେ ଅଛି ମୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • khyama hoichi ja aparadha

    କ୍ଷମା ହୋଇଛି… ଯା ଅପରାଧ
    ପାପ ଯାର ଅଟେ ଆଚ୍ଛାଦିତ ସେ ଧନ୍ୟ…ସେ ଧନ୍ୟ…ସେ ଧନ୍ୟ..
    ନାହିଁ ଯାହା ପ୍ରତି ଦୋଷାରୋପ
    ଅନ୍ତର ଯାହାର ଅକପଟ
    ସେ ଧନ୍ୟ…. ସେ ଧନ୍ୟ… ସେ ଧନ୍ୟ… (ଘୋଷା)

    ନ କରି ସ୍ଵୀକାର ପାପ ଯେତେ ମୋର ରହିଲି ଯେବେ ମୁଁ ନୀରବ
    ମର୍ମ ବେଦନାରେ ଅସ୍ଥି କ୍ଷୟ ହେଲା, ବଢ଼ିଲା ଭାରି ହସ୍ତ ତବ
    ଯେବେ କଲି ମୁଁ ସ୍କାର ପାପ ରାଶି ମୋର
    କ୍ଷମିଲ ଅପରାଧ ଶତ, କଲ ମୋତେ ଦୋଷୁ ମୁକ୍ତ || ୧ ||

    ତୁମେ ମୋ ଆଶ୍ରୟ, ଲୁଚିବାର ସୁଳ
    ବିପଦରୁ ଉଦ୍ଧାରିବ ମୁକତି ସଙ୍ଗୀତେ ବେଷ୍ଟନ କରିବା
    ଚଉପାଶ ଚତୁର୍ଦ୍ଦିଗ ଆହେ ସଦାଚାରୀଗଣ, କର ଜୟଗାନ
    ଅନନ୍ତ ତାଙ୍କରି ପ୍ରେମ, ତାଙ୍କ ଦୟା ଚିରନ୍ତନ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • khyama jhare krusha upore

    କ୍ଷମା ଝରେ, କୁଶ ଉପରେ,
    ପାପୀ ତୋ ପାପ ଧୋଇ…
    ଯୀଶୁଙ୍କର ସେ ରୁଧିର ପ୍ରେମ ହିଁ ପ୍ରେମ ନେଇ (ଘୋଷା)

    ତୋ ପାପ ପାଇଁ ଝରୁଛି ତାଙ୍କ ଅଧରୁ କ୍ଷମା ଧାର
    ଅଧରେ ଅଛି ପ୍ରାର୍ଥନା ସୁର “ହେ ପିତଃ ! କ୍ଷମା କର
    ଭରିଅଛି ସେ ରୁଧିର, ସାନ୍ତନା କ୍ଷମା ନେଇ….|| ୧ ||

    ବୁଝିଛୁ କେବେ ସେ ମହା ପ୍ରେମ, କ୍ଷମାର ସେହି ଭାଷା
    ତୋହରି ମୁକ୍ତି କାରଣେ ତାଙ୍କ କ୍ରଶୀୟ ଅଭିଳାଷା ?
    ଫେରିଆ ତୁ ତାଙ୍କ ପରେ ଜୀବନର ଭାର ନେଇ…|| ୨ ||

    ସୂଚୀମାଳାକୁ ଫେରନ୍ତୁ

  • luhara banyare bhijayi

    ଲୁହର ବନ୍ୟାରେ ଭିଜାଇ ଜୀବନ
    ଉଠେ କୋହ ଢେଉ ଅନ୍ତରୁ ଉଛୁଳି (ଘୋଷା)

    ବାଙ୍ଗିଣିଆ ବସ୍ କଣ୍ଟାର କିରୀଟ
    ପାଣି ପାଦେ ପ୍ରେକ ବକ୍ଷେ ବକ୍ସାଘାତ
    ଝୁଲେ ଆଡ଼ କାସେ ଦେବ ପୁରୁଷ
    ଝୁରି ହେବି ସିନା ପାଇବି କିପରି ? …|| ୧ ||

    ଦାରୁଣ ଯନ୍ତ୍ରଣା କଲା ହନ୍ତସନ୍ତ
    ଜାଣି ନ ଥିଲେ କି ଅନାଦି ଅନନ୍ତ
    ଆହା ପ୍ରଭୁ କୁଶେ ସହିଲ କି ଦୁଃଖ
    ଦେଖିଛି ଯା’ ଆଖି ନ ପାରଇ ଭୁଲି…|| ୨ ||

    ଚିହ୍ନିଲା ପ୍ରକୃତି ନର ବା କିପରି
    ନ ଚିହ୍ନ ଟ୍ରାତାଙ୍କୁ ମରୁଛି ତା’ପାଇଁ
    ଶରୀରେ ଯନ୍ତ୍ରଣା; ତଥାପି ଗୁହାରୀ
    କରନ୍ତି ମୋ ପ୍ରଭୁ “ପିତଃ କ୍ଷମ’ ବୋଲି…|| ୩ ||

    ସୂଚୀମାଳାକୁ ଫେରନ୍ତୁ

  • hrudaye uthe sandheha

    ହୃଦୟେ ଉଠେ ସନ୍ଦେହ
    ପୁଣି ଆଉ କାହିଁକି ?
    ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?
    ପାଇଛି ପରା ଯୀଶୁଙ୍କୁ ( ୨ ଥର)
    ଏ ଅସ୍ଥିରତା ଜୀବନେ କାହିଁକି ? ( ୨ ଥର) (ଘୋଷା)

    ନିଜ ବୁଦ୍ଧି ଜ୍ଞାନ ବାହୁବଳେ ରଖିଛ କି ତୁମେ ଭରସା
    ଆହା ଅଜ୍ଞାନତାର ଅନ୍ଧକାରେ ଘୁରି ବୁଲୁଛ କାହିଁକି ?
    ପାଇଛି ପରା ଯୀଶୁଙ୍କୁ || ୧ ||

    ପାରିଛ କି ଆଙ୍କି ଯୀଶୁ ଛବି ଏ ଯାଏ ତୁମ ପରାଣେ
    ନାହାନ୍ତି କି ଯୀଶୁ ତୁମ ଅନ୍ତରେ ଏ ଅଭିନୟ କାହିଁକି ?
    ପାଇଛି ପରା ଯୀଶୁଙ୍କୁ || ୨ ||

    ମନ ଆତ୍ମା ହେବ ନିରିମଳ ଯୀଶୁଙ୍କ ପବିତ୍ର ରକ୍ତ
    ସେହି ସିନା ଦେବେ ପାପୁ ମୁକତି ଯୀଶୁରେ ଆଶ୍ରା ନାହିଁ କି ?
    ପାଇଛି ପରା ଯୀଶୁଙ୍କୁ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • hosanna hosanna halleluyah

    ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନା
    ଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା)

    ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣ
    ପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନ
    ଯୀଶୁ ନାମ ବିନୁ ନାହିଁ, ପାତକୀର ସାନ୍ତନା || ୧ ||

    ପବିତ୍ର ସେ ଯୀଶୁ ନାମ, ମହିମାରେ ପରିପୂର୍ଣ୍ଣ
    ମଧୁଭରା, ସୁଧାଭରା, ସବୁ ସୁଖ ଭରା ନାମ,
    ତ୍ରିଭୁବନେ ନାହିଁ ଆଉ, ସେ ନାମର ତୁଳନା || ୨ ||

    ପାପ ମୃତ୍ୟୁ ନାଶକାରୀ, ରୋଗ ଶୋକ ଦୁଃଖହାରୀ
    ସେ ହିଁ ପଥ, ସେ ହିଁ ସତ୍ୟ, ସେ ଅନନ୍ତ ଜୀବନ
    ଆସ ସର୍ବେ ସେହି ନାମେ କରିଯିବା ଭଜନା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • hoi ki bandhu asithile jishu

    ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁ
    ଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେ
    ବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେ
    ହୋଇ କି ବନ୍ଧୁ… (ଘୋଷା)

    ଆମେ ଦେଲେ ତାଙ୍କରେ ମନ ଦେବେ ସେ ପରିତ୍ରାଣ
    ପାପ ଧୋଇଦେବେ ସେ ଆମ କରି ସେ କ୍ଷମା ଦାନ
    ନେଇଯିବେ ସେ ସ୍ଵର୍ଗପୁରେ ଦିବ୍ୟଜ୍ୟୋତି ଦେବେ ରେ
    ହୋଇ କି ବନ୍ଧୁ…|| ୧ ||

    ଆସ ଯିବା ତାଙ୍କରି ପାଶେ ଚାଲିବାରେ ମୁକ୍ତି ପଥେ
    ସଂସାରେ ତୁ ରହିଲେ ହେଁ ଦେବେ ଶାନ୍ତି ଓ ଶକ୍ତି
    ଉଦ୍ଧାରକରତା ହୋଇ ଏକା ଯୀଶୁ ସେହିରେ
    ହୋଇ କି ବନ୍ଧୁ… || ୨ ||

    ମୃତକୁ ସେ ଜିଣିଥିଲେ ତିନିଦିନ ପରେ ଉଠିଲେ
    ସ୍ଵର୍ଗ ବାଟ ଫିଟାଇଲେ ପାପୀକୁ ଆଶ୍ରା ଦେଲେ
    ଗାଇଯିବା ତାଙ୍କ ନାମ ବଞ୍ଚିଥିବା ଯାଏରେ
    ହୋଇ କି ବନ୍ଧୁ… || ୩ ||

    ସୂଚୀମାଳାକୁ ଫେରନ୍ତୁ

  • kede nambra hoi sabu gala

    ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହି
    ପ୍ରାଣ ଦେଲ କୁଶେ ମୋର ପାଇଁ
    ମଥା ପାତି ଦେଇ ନୀରବରେ ରହି
    କେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା)

    ଯୀଶୁ ଧନ ମୋର ଆହେ ତ୍ରାଣକାରୀ
    କେମିତି ଯିବି ମୁଁ ପାଶୋରି
    ହସ୍ତ ପାଦ ଧରି ଦେଲେ କଣ୍ଟା ମାରି
    ବର୍ଦ୍ଧାଘାତେ ହୃଦ ବିଦାରି
    ନା’ ଦେଖି ହୁଏନା, ନା’ ସହି ହୁଏନା
    ରକ୍ତ ଯାଉଛି ଛାତିରୁ ଝରି ହେ… ରକ୍ତ ଯାଉଛି ଛାତିରୁ ଝଛି || ୧ ||

    ଶତ୍ରମାନେ ଘେରି ପକାଇଲେ ହୁରି
    “ମାର ତାଙ୍କୁ କୁଶରେ ଧରି
    ମୁହଁ ମାଡ଼ ମାରି, ଦାଢ଼ିକୁ ଉପାଡ଼ି
    ଖ୍ରୀଷ୍ଟ ନାମ ଧରି ଧରି
    କୋରଡ଼ାରେ ମାରି ଦୟା ନ ବିଚାରି
    ନ ଥିଲା ଦୋଷ ଯେ ତାଙ୍କରି ହେ… ମୋର ପାପ ପାଇଁ ବଳି ହୋଇ || ୨ ||

    ପାପେ ଥିଲି ମରି ପାପରୁ ଉଦ୍ଧରି
    କରିଲ ମୋତେ ତୁମରି
    ନାହିଁ ତୁମ ପରି ଜଗତେ କେ ମରି
    ଆପଣାକୁ ଚୂର୍ଣ୍ଣ କରି
    ତୁମ ଦୁଃଖ ସ୍ମରି ମନ ହୁଏ ଘାରି
    ଲୁହ ଯାଉଛି ଆଖିରୁ ଝରି ହେ..ଲୁହ ଯାଉଛି ଆଖିରୁ ଝରି || ୩ ||

    ସୂଚୀମାଳାକୁ ଫେରନ୍ତୁ