Category: Amit Pani

  • Jishu tumo pado tole /ଯୀଶୁ ତୁମ ପାଦ ତଳେ

    ଯୀଶୁ ତୁମ ପାଦ ତଳେ
    ନେଉଅଛି ମୁଁ ଶରଣ
    ମୋ ଶରୀର ମୋ ଜୀବନ
    କରୁଅଛି ସମର୍ପଣ
    ଘେନ ମୋର ଭଙ୍ଗା ଜୀବନ
    ଗଢ଼ି ଦିଅ କରି ନୂତନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ… =0=

    ଆସିଛି ଫେରି ପାପ ସ୍ବୀକାରି
    ପୂଣ୍ୟ ଚରଣେ ତୁମରି
    ଅଶ୍ରୁ ମୋହରି ଯାଉଛି ଝରି
    ତବ ପ୍ରେମ ଦେଲେ ସ୍ମରି
    ନିଅ ହେ ଆଦରି ବକ୍ଷରେ ତୁମରି
    ରଖ ହେ ଆବୋରି ହସ୍ତକୁ ବିସ୍ତାରି
    ସବୁ ପାପ ଦୋଷ ଅଧର୍ମ
    ତବ ରକ୍ତେ କର ଶୋଧନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ….=1=

    ମୁଁ ଯେ ଅକ୍ଷମ ନୁହେଁ ସକ୍ଷମ
    କରିବାକୁ ସେବା ତୁମ
    ମୋର କରମ ନୁହେଁ ଉତ୍ତମ
    ପାପରେ ମୋର ଜନମ
    ମୁଁ ପାପୀ ମୁଁ ଦୋଷୀ ମୁଁ ଅଟେ ଅଧମ
    ନାହିଁ ମୋ ଜୀବନେ କିଛି ସୁକରମ
    କରୁଅଛି କୋଟି ପ୍ରଣାମ
    ଦିଅ ସେବା ଭକ୍ତିର ମନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ….=2=

    ସୂଚୀମାଳାକୁ ଫେରନ୍ତୁ

    SONG CREDITS :
    Singer : Amit Pani (Gospel Singer)
    Lyrics : Amit Badanayak

  • kete kala re mana papore thibu

    କେତେ କାଳ ରେ ମନ ପାପରେ ଥିବୁ
    ମିଛ ମାୟା ଜଞ୍ଜାଳେ ପଡ଼ି ରହିବୁ
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ
    ବିଳାସ ବ୍ୟସନ ଚିତ୍ତବିନୋଦନ
    ଆଉ କେତେ ଦିନ କରୁଥିବୁ…..
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ =୦=

    ଜଗତର ପଛେ କେତେ ହେବୁ ଧାବମାନ
    ଭୋଗ ବିଳାସରେ କେତେ କାଟୁଥିବୁ ଦିନ
    ଅନ୍ୟାୟ ଭାବରେ କେତେ ଅରଜିବୁ ଧନ
    ମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…
    ରଙ୍ଗ ରସ ସବୁ ଯଦି ନ ଛାଡ଼ିବୁ
    ନରକ ଯନ୍ତ୍ରଣା ଦିନେ ତୁ ଭୋଗିବୁ…
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ….=୧=

    ଜଗତର ସୁଖ ସବୁ ଅଟେ ଦିଦିନିଆ
    ତଥାପି ବୁଝୁନୁ କାହିଁ ହେଉ ଅମାନିଆ
    ଫେରିଆ ଫେରିଆ ଧନ ଛାଡ଼ି ମୋହମାୟା
    ଯୀଶୁଙ୍କୁ ଦେଇଯା ମନ ହେବେ ତୋର ସାହା…
    ଯଦି ତୁ ଯୀଶୁଙ୍କୁ ହୃଦେ ସ୍ଥାନ ଦେବୁ
    ଅନନ୍ତ ଜୀବନ ନିଶ୍ଚେ ତୁ ଲଭିବୁ….
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ..=୨=

    ସୂଚୀମାଳାକୁ ଫେରନ୍ତୁ

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ (ଶିକ୍ଷକ)
    (8895583382)
    କଣ୍ଠଦାନ – ଅମିତ୍ ପାଣି (ସୁସମାଚାର ଗାୟକ)

    click the link below to listen